ବଙ୍ଗୋପସାଗରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ବର୍ଷାରେ ଭିଜିବ ପାର୍ବଣ । ଆଗାମୀ ୨୪ ଘଂଟାରେ ଲଘୁଚାପ ଆହୁରି ଘନୀଭୂତ ସମ୍ଭାବନା । ପ୍ରବଳ ବର୍ଷା  ନେଇ ଦକ୍ଷିଣ ଓଡିଶାରେ ୱାଣ୍ଣିଂ । 

523

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷାରେ ଭିଜିବ ଦଶହରା ପର୍ବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦଶହରାରେ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି । ପ୍ରବଳ ବର୍ଷା ହେବା ନେଇ ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକୁ ୱାଣ୍ଣିଂ ଜାରି କରାଯାଇଛି ।

ଆଜି ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରେ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ରପତନ ଠାରୁ ବାୟୁମଣ୍ଡଳରେ ୭.୬ କିଲୋମିଟର ଯାଏଁ ବ୍ୟାପିଛି । ପରବର୍ତି ୨୪ ଘଂଟାରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଂଟାରେ ଲଘୁଚାପ ଉତର-ପଶ୍ଚିମ ଓ ଆଗାମୀ ୩ ଦିନ ଯାଏଁ ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।