ଆସୁଛି ଆଉ ଏକ ଲଘୁଚାପ । ୧୯ରୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ଜଳସମ୍ପଦ ବିଭାଗ ସଜାଗ । ନଦୀବନ୍ଧ ଦୁର୍ବର୍ଳ ସ୍ଥାନରେ ହୋଇଛି ସବୁ ପ୍ରକାରର ବ୍ୟବସ୍ଥା ।

347

କନକ ବ୍ୟୁରୋ : ଲଘୁଚାପ ବର୍ଷାକୁ ନେଇ ସଜାଗ ଅଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପାଣିପାଗ ବିଭାଗ ଆକଳନ ଅନୁସାରେ ୧୯ ରୁ ୨୨ ତାରିଖ ଯାଏଁ ବର୍ଷା ହେବ । ସମଗ୍ର ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଲଘୁଚାପ ବର୍ଷାକୁ ନଜରରେ ରଖି ବଂଶଧାରା, ନାଗାବଳୀ ଓ ଋଷିକୁଲ୍ୟା ନଦୀର ଜଳଭଣ୍ଡାରରେ ଏବେ ଜଳସ୍ତର ୮୦ ପ୍ରତିଶତରୁ କମ୍ କରାଯାଇ ୬୫ରୁ ୭୦ ପ୍ରତିଶତ କରାଯାଇଛି ।

୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଂଜାମ ଯଥା ବାଲିବସ୍ତା ଏବଂ ବାଉଁଶ ରଖାଯାଇଛି । ଲଘୁଚାପ ବର୍ଷା ଆସୁଥିବା ବେଳେ ସ୍ଥିତି ଉପରେ ନଜର ରଖିଛି ଜନସଂପଦ ବିଭାଗ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଗତ ୧୩ ତାରିଖରେ ହୋଇଥିବା ଲଘୁଚାପରେ ମଧ୍ୟ ଦକ୍ଷିଣ ଓଡିଶା ପ୍ରଭାବିତ ହୋଇଥିଲା । ଏଥିରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଏବେ ପୁଣି ଆଉ ଏକ ଲଘୁଚାପ ଆସୁଛି ଯାହା ପାଇଁ ସଜାଗ ରହିଛନ୍ତି ଜିଲ୍ଲାପାଳ ।