କନକ ବ୍ୟୁରୋ: ରାଜ୍ୟରେ ୩ ଲୋକସଭା ଓ ଆଉ ୧୬ ବିଧାନସଭା ଆସନ ପାଇଁ କଂଗ୍ରେସ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଘୋଷିତ ୧୬ ତାଲିକା ମଧ୍ୟରେ ପ୍ରମୁଖ ଅଛନ୍ତି ଝାରୁସୁଗୁଡାରୁ ଅମିତା ବିଶ୍ୱାଳ, କେନ୍ଦ୍ରପଡାରୁ ସିପ୍ରା ମଲ୍ଲିକ, ମହାକାଳପଡାରୁ ଲୋକନାଥ ମହାରଥୀ, ନିମାପଡାରୁ ସିଦ୍ଧାର୍ଥ ରାଉତରାୟ , ଖୋର୍ଦ୍ଧାରୁ ସୋନାଲି ସାହୁ ଓ ଜୟଦେବରୁ କୃଷ୍ଣ ସଗରିଆ ।
ଏହାଛଡା ବଡସାହିରୁ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୂଭୂଷଣ ରାଉତ, କଂଟାମାଳରୁ ଶରତ କୁମାର ପ୍ରଧାନ, ରାଜନଗରରୁ ଅଶୋକ ପ୍ରତିହାରୀ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ. ଚିଲିକାରୁ ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଂଜୟ କୁମାର ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁ । ଅମିତା ବିଶ୍ୱାଳ ତଳସରାରରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଟିକେଟ ନ ମିଳିବାରୁ ଦିଲ୍ଲୀ ଯାଇ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ।
ସେହିଭଳି ନିମାପଡାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦଳରୁ ବିଦା ହୋଇଥିବା କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ସୁରେଶଙ୍କ ସାନପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱରରୁ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ରପଡାର ପ୍ରାର୍ଥୀ ସିପ୍ରା ମଲ୍ଲିକ ବିଜେଡିରୁ ଆସି କଂଗ୍ରେସରେ ମିଶିଥିଲେ । ୨୦୦୯ରେ ସେ ବିଧାୟକ ଥିଲେ । ଖୋର୍ଧା ପ୍ରାର୍ଥୀ ସୋନାଲି ସାହୁ ବି ନିକଟରେ ବିଜେପି ଛାଡି କଂଗ୍ରେସରେ ମିଶିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/41-6.jpg)