କନକ ବ୍ୟୁରୋ: ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ୨୦ରୁ ୩୦ ଆସନରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିବ । ଟିକେଟ ଅପେକ୍ଷାରେ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନର ଆଶାୟୀ ରହିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ୧୦୮ ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ପୂର୍ବରୁ ୩ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେଡି । ତେଣୁ ଆଜିର ସମ୍ଭାବ୍ୟ ଚତୁର୍ଥ ପର୍ଯ୍ୟାୟ ତାଲିକା ଉପରେ ସମସ୍ତଙ୍କ ନଜର ଅଟକିଛି ।