ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ଆକ୍ରାନ୍ତ ନେଇ ଦେଲେ ସୂଚନା; ତାଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ

127

କନକ ବ୍ୟୁରୋ : ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକାଶ ରାୟ କରୋନା ଆକ୍ରାନ୍ତ ଥିବା ଟୁଇଟ କରି ସୂଚନା ଦେଇଛନ୍ତି ।ସେ ସୁସ୍ଥ ଥିବା ନେଇ ଟୁଇଟ କରି କହିଛନ୍ତି । ତାଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରେମୁଣା ବିଧାୟକ ସୁଧାଂଶୁ ପରିଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଭୁବନେଶ୍ୱରର ମଧ୍ୟ ବିଧାୟକ ସଂଜୀବ ମଲ୍ଲିକ,, ଓ ବଡମ୍ବା ବିଧାୟକ ଦେବୀ ମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ବରଗଡ ସାଂସଦ ସୁରେଶ ପୂଜାରୀ,ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ଗତକାଲି ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ନିଜ ରିପୋର୍ଟ ପଜିଟିଭ୍‌ ଆସିଥିବା ସଂପର୍କରେ ଟୁଇଟ୍ କରିବା ସହ ‌ତାଙ୍କ ପରିବାରବର୍ଗ ଓ ଅନ୍ୟ କର୍ମଚାରୀମାନଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିବା ଦର୍ଶାଇଥିଲେ। ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ ହେବାପରେ ବିଧାୟକ ଶ୍ରୀ ମିଶ୍ର ଆଇସୋଲେସନ୍‌ରେ ରହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥିଲେ ବି ମଧୁମେହ ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ସେ ହୋମ ଆଇସୋଲେସନ୍‌ରେ ରହିଥିଲେ। ସ୍ବାବ୍‌ ପରୀକ୍ଷା ପରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲେ।