କନକ ବ୍ୟୁରୋ : ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବିଧାୟକ ଅନନ୍ତ ଜେନା । କୋଭିଡର ଲକ୍ଷଣ ଦେଖାଦେବା ପରେ ସେ ନିଜର ଟେଷ୍ଟ କରିଥିଲେ । ଏହା ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ବର୍ତମାନ ସେ ଗୃହ ସଙ୍ଗରୋଧରେ ଅଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁରୋଧ କରିଛନ୍ତି । ଏହା ସହ ତାଙ୍କ ପିଏସଓ ଓ ଡ୍ରାଇଭର ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପୂର୍ବରୁ ମଧ୍ୟ ରାଜ୍ୟଜଣେ ମନ୍ତ୍ରୀଙ୍କ ସମେତ ୪ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ନୀଳଗିରି, ଖଣ୍ଡପଡା, ପୋଲସରା ଓ ସାଲେପୁର ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂ ବି କରୋନା ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/19-15.jpg)