କନକ ବ୍ୟୁରୋ: ଏକ ସାଧାରଣ ପରିବାରରୁ ଆସିଥିବା ଅନନ୍ୟ ପ୍ରତିଭାର ଅଧିକାରୀ ଢେଙ୍କାନାଳର ବିଭାରାଣୀ ପାତ୍ର । ୨୦୧୦ରୁ କ୍ରୀଡାରେ ପାରଦର୍ଶିତା ପ୍ରଦର୍ଶନ କରି ସ୍ୱର୍ଣ୍ଣ, ରୋପ୍ୟ ଓ ବ୍ରୋଞ୍ଜ ପଦକ ଜିଣିଛନ୍ତି । ଭବିଷ୍ୟତରେ ଏଭରେଷ୍ଟ ଶିଖରରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଭା । ଆଉ ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ରାଜ୍ୟ ସରକାର ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ।

Advertisment

ପାହାଡ ରାଣୀ ବିଭା, ଆସନ୍ତା ସେପ୍ଟେମ୍ବର ମାସରେ ଆଫ୍ରିକାର କିଲିମାଞ୍ଜୋରା ପର୍ବତ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ହେଲେ ଅର୍ଥାଭାବ ତାଙ୍କୁ ଭାଙ୍ଗି ଦେଇଥିବା ବେଳେ ରାଜ୍ୟ ସରକାର ସାହାଯ୍ୟର ହାତ ବଢ଼ାଇଛନ୍ତି । ଅର୍ଥାଭାବ ନେଇ ଫାଇଭ-ଟି ସଚିବଙ୍କୁ ଟ୍ୱିଟ୍ ମାଧ୍ୟମ ଜଣାଇଥିଲେ ପାହାଡ ଚଢ଼ାଳି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୫ ହଜାର ଟଙ୍କା ଦିଆଯାଇଛି । ତେବେ ଆଫ୍ରିକା କିଲିମାଞ୍ଜୋରା ପର୍ବତ ଚଢିବା ପାଇଁ ୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ଏଭରେଷ୍ଟ ଶିଖରରେ ଗର୍ବଗୌରବାନୀତ୍ୱ କରିବା ପାଇଁ ଯାହା ସବୁର ଆବଶ୍ୟକ ସେସବୁ ବିଭାରାଣିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।