କନକ ବ୍ୟୁରୋ: ମୋ ବସ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର । ଭୁବନେଶ୍ୱର ବିଗବଜାର ଛକ ନିକଟରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ମୋ ବସ ମାଷ୍ଟରକ୍ୟାଣ୍ଟିନ ଛକରୁ ନନ୍ଦନକାନନ ଯାଉଥିଲା । ଦୁର୍ଘଟଣା ଘଟାଇ ବସଟି ଚାଲିଯାଉଥିଲା ବେଳେ ସ୍ଥାନୀୟ ଲୋକ ଓ ଦୁର୍ଘଟଣାର ଶୀକାର ହୋଇଥିବା ପରିବାର ଲୋକେ ବସକୁ ଅଟକାଇ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ନିଶାସକ୍ତ ଅବସ୍ଥାରେ ବସ ଚାଳକ ଗାଡି ଚଳାଉଥିବା ଅଭିଯୋଗ କରିଛନ୍ତି ଲୋକେ ।
ସେଠାରେ ଏବେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି । ଆହତ ହୋଇଥିବା ବ୍ୟକ୍ତି ଶିଖରଚଣ୍ଡୀ ଅଞ୍ଚଳର ଦଣ୍ଡପାଣି ରେଡ୍ଡୀ ବୋଲି ଜଣାପଡିଛି । ଉତ୍ୟକ୍ତ ଲୋକେ ରାସ୍ତାରୋକ ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଉଠାଇନେଇଛି । ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/5-5.jpg)