କନକବ୍ୟୁରୋ:ମହାରାଷ୍ଟ୍ର ପୁଣେରେ ହିଟ ଆଣ୍ତ ରନ ମାମଲା ଲଗାତାର ବଢିବାରେ ଲାଗିଛି । ଦିନକୁ ଦିନ ଏ ସଂଖ୍ୟ ବଢିବାରେ ଲାଗିଛି । ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସୁଚନାଅନୁଯାୟୀ ରାତି ୨ ଟା ସମୟରେ ଡ୍ୟୁଟି ସାରି ମୁମ୍ବାଇ ପୁଣେ ରାଜମାର୍ଗରେ ଘରକୁ ଫେରୁଥିଲେ କନେଷ୍ଟବଳ। ସେହି ସମୟରେ ଏକ କାର ଆସି ଅଚାନକ ତାଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହାତ ହୋଇଥିଲେ । ପରେ ସେଠାରୁ ଗାଡିଟି ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ କନେଷ୍ଟବଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।