ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଆସୁଛି ‘ତୁ ଭାରି ବିୟୁଟିଫୁଲ୍’ ।

162

କନକ ବ୍ୟୁରୋ : ‘ତୁ ଭାରି ବିୟୁଟିଫୁଲ୍’ ଫିଲ୍ମର ୱାର୍ଲ୍ଡ ଟେଲିଭିଜନ ପ୍ରିମିଅର ଆସନ୍ତା ରବିବାର ସନ୍ଧ୍ୟା ୬ଟା୩୦ରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ । ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ।

ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଞ୍ଜୟ ନାୟକ ଓ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ନାୟକ, ଲିପ୍ସା ମିଶ୍ର ଓ ଅର୍ଚ୍ଚିତା ମହାନ୍ତି । ଏହାବ୍ୟତୀତ କୁନା ତ୍ରିପାଠୀ. ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡା ଓ ସୁରେଶ ବଳ ଅଭିନୟ କରିଛନ୍ତି ।

ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଇରା ମହାନ୍ତି, ହ୍ୟୁମାନ ସାଗର, ଅସୀମା ପଣ୍ଡା ଓ ଆଶୁତୋଷ ମହାନ୍ତି, ଅରୋଶିଷ୍ ଓ ନେହା ନିହାରିକା ପ୍ରମୁଖ କଣ୍ଠଦାନ କରିଛନ୍ତି । ସୁବାସ ମିଶ୍ର ଓ ମଳୟ ମିଶ୍ର ଏଥିରେ ଗୀତ ରଚନା କରିଛନ୍ତି ।