କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ । ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ ।

65

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀ ମୃତ୍ୟୁ । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ ଆଖିବୁଜିଛନ୍ତି ମୋଟ ୬ଟି ହାତୀ । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି ।

ଅନ୍ୟପଟେ ଶନିବାର ସେଠାରେ ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ହେଲେ ଏଯାଏଁ ବିଶେଷଜ୍ଞମାନେ ହାତୀ ମଡକର କାରଣ ଖୋଜି ପାଇପାରିନାହାନ୍ତି ।  ଗତ ୧ ତାରିଖରେ କର୍ଲାପାଟ ନିକଟସ୍ଥ ତେନ୍ତୁଳିପଦରଠାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଏହାପରେ ଲଗାତାର ସେଠାରେ ହାତୀ ମୃତ୍ୟୁ ଦେଖିବାକୁ ମିଳୁଛି । ଯାହାର କାରଣ ମଧ୍ୟ ବିଶେଷଜ୍ଞ ଦଳ ପାଇପାରୁନାହାନ୍ତି ।