ବେଣୁ ମଉସାଙ୍କ ପାଇଁ ବାହାରିଲା ଆଉ ଏକ ଗୀତ । ମୋବାଇଲରୁ ମୋବାଇଲ୍ ରାତାରାତି ଭାଇରାଲ ହେଲା ଶହେ ଶହେରେ ଖେଳିବ କେଟିଲି ଚିହ୍ନ ତାଙ୍କର…

195

କନକ ବ୍ୟୁରୋ: ଭୋଟ୍ ପାଖାଉଛି, ବେଣୁ ମଉସାଙ୍କ ବଳ ବଢୁଛି । ପୁଣି ମଉସାଙ୍କ ପାଇଁ ବାହାରିଲା ଆଉ ଏକ ଗୀତ । ଏଥର ବେଣୁ ମଉସା ପରେ, ଶହେ ଶହେରେ ଖେଳିବ କେଟିଲି ଚିହ୍ନ ତାଙ୍କର ଗୀତ ଏବେ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି । ବାଲେଶ୍ୱରର ୯୦ ବର୍ଷୀୟ ବେଣୁ ମଉସା ଅନ୍ୟାୟ ବିରୋଧୀ ନାରା ଦେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପରେ ଧିରେ ମଉସାଙ୍କ କ୍ରେଜ୍ ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି କରିଛି ।

ଶିବମ୍ ଷ୍ଟୁଡିଓରେ ପ୍ରସ୍ତୁତ ହୋଇଥିବା ଏହି ନିର୍ବାଚନୀ ଗୀତକୁ ଲେଖିବା ସହ ମ୍ୟୁଜିକ୍ ଦେଇଛନ୍ତି ବିକ୍ରମ କିଶୋର ଓ ଗାଇଛନ୍ତି ଜିତ୍ରେନ୍ଦ ସ୍ୱାଇଁ । ଆଉ ଏହି ଗୀତ ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାରରେ ବେଶ୍ ସହାୟକ ମଧ୍ୟ ହେଉଛି । ଜଣେ ଗରିବ ପ୍ରାର୍ଥୀକୁ ଅର୍ଥ ବଳ ନଯୋଗାଇ ପାରିଲେ ବି ଗୀତ ମାଧ୍ୟରେ ଜନ ସଚେତନତା ସୃଷ୍ଟି କରିବାକୁ ପ୍ରଡକ୍ସନ ହାଉସ ପ୍ରୟାସ କରିଛି ।

ତେବେ କିଛିଦିନ ତଳେ ହିଟ୍ ମେସିନ୍ ଅଭିଜିତ ମଜୁମଦାର ଓ କାକାଙ୍କ ଏଥର ବେଣୁ ମଉସା ଗୀତକୁ ବେଶ୍ ପ୍ରଶଂସା କରାଯାଉଥିବାବେଳେ ପୁଣି ଏକ ଗୀତ ବାଲେଶ୍ୱର ଭୋଟରଙ୍କୁ ସଚେତନ କରାଇବ । ସାଇକେଲ ଓ ଖଣ୍ଡେ ଗାମୁଛା ପିନ୍ଧି ବେଣୁ ମଉସା ଯେଉଁ ବିପ୍ଳବ ଆଣିଛନ୍ତି ତାଙ୍କ ପ୍ରତିଜ୍ଞା ପୂରଣ କରିବାକୁ ଏହି ଗୀତ ଜରିଆରେ ଅନୁରୋଧ କରାଯାଇଛି ।