କନକ ବ୍ୟୁରୋ : ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ । ନୂଆବନ୍ଧ ନିକଟ କାଜୁ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ରହିଥିବା ବେଳେ ମୃତ୍ୟୁର କାରଣ ଜଣାପଡିନାହିଁ । ସ୍ଥାନୀୟ ବାସିନ୍ଦାଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତିି ବନବିଭାଗ କର୍ମଚାରୀ । ହାତୀ ମୃତ୍ୟୁକୁ ନେଇ ଆଠଗଡ ବନଖଣ୍ଡ ଚର୍ଚ୍ଚାରେ ରହିଥିବା ବେଳେ ପୁଣି ଏକ ଦନ୍ତାର ମୃତଦେହ ଠାବ ହୋଇଛି ।