କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କୁ ଆଉ ଏକ ଭିଡିଓ ଡକ୍ୟୁମେଂଟାରୀ । ଟପ୍ ମାଓ ନେତା ତଥା ମାଓବାଦୀଙ୍କ କେନ୍ଦ୍ରିୟ କମିଟିର ପୂର୍ବତନ ସଂପାଦକ ରାମାନ୍ନାଙ୍କ ସ୍ମୃତି ଉଦେଶ୍ୟରେ ଏହି ଭିଡିଓ ଡକ୍ୟୁମେଟାରୀ ଜାରି କରିଛି ଲାଲ ସଂଗଠନ । ୨୦୧୯ ଡିସେମ୍ବର ମାସରେ ରାମାନ୍ନାର ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାପରେ ମାଓ ସଂଗଠନରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଆଉ ସଂଗଠନର ଆଦର୍ଶ ନେତାଙ୍କୁ କିଭଳି ସମ୍ମାନ ଦିଆଯାଏ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏବେ ଏହି ମାଓ ସଂଗଠନର ଏହି ଭିଡିଓ ଏବେ ଭାଇରାଲ ହୋଇଛି ।
ମେ ୨୫ ତାରିଖରେ ମାଓବାଦୀମାନେ ଏକ ଭିଡିଓ ଜାରି କରିଥିଲେ । ମାର୍ଚ୍ଚ ୨୧ ତାରିଖରେ ହୋଇଥିବା ମାଓ ହମଲାର ଭିଡିଓ ଜାରି କରାଯାଇଥିଲା । ଏହି ହାମଲାରେ ମାଲକାନଗିରି ସୁକୁମା ମିନପା ଜଙ୍ଗଲରେ ୧୭ ଜଣ ଯବାନଙ୍କୁ ହତ୍ୟା କରିଥିଲେ ମାଓବାଦୀ ।