ବଡ଼ କାମକୁ ଭାଗ ଭାଗ କରି ବାଂଟି ନେଲେ । ପଛୁଆ ଅଂଚଳରୁ ଆସିଲା ଦୁର୍ନୀତିର ଆଉ ଏକ ଦସ୍ତାବିଜ୍

106

କନକ ବ୍ୟୁରୋ: ରାଜନେତା, ଠିକାଦର ଓ ଅଧିକାରୀଙ୍କ ମିଲିଭଗତରେ ଚାଲିଛି ସରକାରୀ କାମ । ସବୁ ନିୟମକୁ ମୋଡି ମକୋଚିି କେମିତି ସରକାରୀ କାମକୁ ମିଳି ମିଶି ବାଣ୍ଟି ନେଉଛନ୍ତି ତାହାର ଆଉ ଏକ ଫର୍ଦ୍ଦ ଆସିଛି ମାଲକାନଗିରି ଜିଲ୍ଲାରୁ । ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ଦସ୍ତାବିଜ । ୧୫ ପୃଷ୍ଠାର ଏହି ଦସ୍ତାବିଜ ବୟାନ କରୁଛି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ର ମୋଟ ୧୮୪ଟି ଛୋଟ ବଡ କାମ ଲାଗି ୫ କୋଟି ୫୭ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।

ତେବେ ଏତେ ମୋଟା ଅଙ୍କ ର କାମ କୁ ଟେଣ୍ଡର ନ କରା ଯାଇ, ଛୋଟ ଛୋଟ ଏଷ୍ଟିମେଟ ପ୍ରସ୍ତୁତ କରା ଯାଇ ବିନା ଟେଣ୍ଡର ର କାମ କରିବା ଲାଗି ମଶୋଦା ପ୍ରସ୍ତୁତ ହୋଇଛି । ଆଉ ଚିତ୍ରକୋଣ୍ଡା ବିଧାୟକ ଓ ସାଂସଦ ଙ୍କ ସୁପାରିଶ କ୍ରମେ ସେହି କାମ ଗୁଡିକ କୁଜି ନେତା ଙ୍କୁ ବାନ୍ଟି ଦିଆ ଯାଇ ଥିବା ଜଣା ପଡୁଛି । କିଛି କାମ କଂଗ୍ରେସ ନେତା ଓ କିଛି ଠିକାଦରଙ୍କୁ ମଧ୍ୟ ପ୍ରଦାନ କରା ଯାଇ ଥିବା ଏହି ଦସ୍ତାବିଜ ବୟାନ କରୁଛିା ସରାକାରୀ ନିୟମ ମୁତାବକ ୫ ଲକ୍ଷ ଟଙ୍କା ର କାମ କୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ବିନା ଟେଣ୍ଡର ରେ ସମ୍ପୃକ୍ତ ବିଭାଗ ର ଯନ୍ତ୍ରୀ ମାନେ କରି ପାରିବେ ।

ଚିତ୍ରକୋଣ୍ଡା ଆବାସୀକ ବିଦ୍ୟାଳୟ ର ମରାମତି ଲାଗି ୩୦ ଲକ୍ଷ ୫୨ ହଜାର ଟଙ୍କା ର ବ୍ୟୟ ବରାଦ ହୋଇଛି । ତେବେ ତାହାକୁ ୯ ଟି କାମ ରେ ବିଭକ୍ତ କରା ଯାଇ ବିଭିନ୍ନ କର୍ମୀ ଓ ଠିକାଦାରଙ୍କ ହାତରେ ଟେକି ଦିଆ ଯାଇଛି । ତେବେ ଆଇଟିଡିଏ ରୁ ଏପରି ସଂଗିନ ଅଭିଯୋଗ ଆସିବା ପରେ ତଦନ୍ତ କରା ଯାଇ ଉଚିତ ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲା ଉନ୍ନୟନ କମିଟି ଅଧ୍ୟକ୍ଷ ଦାୟୀତ୍ୱ ରେ ଥିବା ମନ୍ତ୍ରୀ ତୁଷାର କାନ୍ତି ବେହେରା ।