ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ଏକ ୱିକେଟରେ ହାରିଲା ବାବରଙ୍କ ଟିମ୍

Advertisment
ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ଏକ ୱିକେଟରେ ହାରିଲା ବାବରଙ୍କ ଟିମ୍

କନକ ବ୍ୟୁରୋ : ଆଇସିସି ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଏକ ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ଏକ ୱିକେଟରେ ପରାସ୍ତ କରିଛି ସାଉଥ ଆଫ୍ରିକା । ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି । ଚେନ୍ନାଇରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ରଖିଥିଲା ପାକିସ୍ତାନ । ଦଳ ସୌଦ ସକୀଲ ୫୨ ରନ୍, ଅଧିନାୟକ ବାବର ଆଜମ ୫୦ ରନ୍ ଓ ଶାଦାବ ଖାନ୍ ୪୩ ରନ୍ କରିଥିଲେ । ବିଜୟ ପାଇଁ ଆବଶ୍ୟକ ରନକୁ ଦକ୍ଷିଣ ଆଫ୍ରିକା ୪୭ ଦଶମିକ ୨ ଓଭରରେ ସଂଗ୍ରହ କରି ବିଜୟ ହାସଲ କରିଛି ।

ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ଚୌକା ମାରି ଦଳକୁ ବିଜୟୀ କରାଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକାର ବିଜୟର ହିରୋ ହେଉଛନ୍ତି, ଏଡେନ୍ ମାର୍କରମ । ସେ ୯୩ ବଲରୁ ୯୧ ରନ କରି ଦଳକୁ ବିଜୟ ପାଇଁ ଦୃଢ ମୂଳଦୁଆ ଦେଇଥିଲେ । ଚଳିତ ବିଶ୍ୱକପରେ ପାକିସ୍ତାନର ଏହା କ୍ରମାଗତ ଚତୁର୍ଥ ପରାଜୟ । ପୂର୍ବ ମ୍ୟାଚରେ ଆଫଗାନିସ୍ତାନ ଠାରୁ ହାରିଥିଲା ପାକିସ୍ତାନ । ବର୍ତମାନ ପାକ୍ ଟିମ୍ ୨ ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ସେମିଫାଇନାଲ୍ ଯିବା ପାଇଁ ପାକିସ୍ତାନକୁ ବାକି ସବୁ ମ୍ୟାଚ୍ ଜିତିବା ସହ ଅନ୍ୟ ଟିମର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ । ସେପଟେ ବିଜୟ ସହ ଦକ୍ଷିଣ ଆଫ୍ରିକା, ଭାରତକୁ ହଟାଇ ପଏଣ୍ଟ ଟେବୁଲ ଶୀର୍ଷରେ ପଂହଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe