ଅକ୍ଟୋବର ଆରମ୍ଭରୁ ପୁଣି ଓଡିଶାରେ ବାତ୍ୟା ନେଇ ଆଶଙ୍କା । ୧୪ ତାରିଖରେ ସୃଷ୍ଟ ହୋଇପାରେ ଝଡ ।

1,917

କନକ ବ୍ୟୁରୋ : ଅକ୍ଟୋବର ମାସରେ ଅନେକ ବାତ୍ୟା ଦେଖିଛି ଓଡିଶା । ସେ ମହାବାତ୍ୟା ଠାରୁ ଫାଇଲିନ ଯାଏଁ ସବୁ ବାତ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଏବେ ପୁଣି ସେହି ଅକ୍ଟୋବରରେ ଆଉ ଏକ ପୂର୍ଣ୍ଣିବଳୟ ଦାନା ବାନ୍ଧୁଛି । ବେସରକାରୀ ପାଣିପାଗ ସଂସ୍ଥା ଜିଏଫଏସ କରିଥିବା ଆକଳନ ଅନୁସାରେ ୧୭ତାରିଖ ବେଳକୁ ଏକ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ମତ ରଖିନଥିବା ବେଳେ ଏକାଧିକ ମଡେଲ କିନ୍ତୁ ଏଦିଗକୁ ଇଙ୍ଗିତ କରୁଛି ।

ସୂଚନା ଅନୁସାରେ ୧୪ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ୱର୍ବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଯାହା ପରବର୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ । ବର୍ତ୍ତମାନ ସମୁଦ୍ରର ଉପରେ ତାପମାତ୍ରା ଯାହା ରହିଛି ଏବଂ ପାରିପାଶ୍ୱିର୍କ ସ୍ଥିତି ବାତ୍ୟା ପାଇଁ ଏକ ଅନୁକୁଳ ବାତାବରଣ ସୃଷ୍ଟି କରୁଛି । ଯଦି ଏହି ଆକଳନ ସତ ପ୍ରମାଣିତ ହୁଏ ତେବେ ପାର୍ବଣ ସମୟରେ ବର୍ଷାର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ପୂର୍ବରୁ ବି ଅକ୍ଟୋବର ମାସରେ ହୋଇଥିବା ବାତ୍ୟାର ଗମ୍ଭୀରତା ଯଥେଷ୍ଟ ଅଧିକ ରହୁଥିବାରୁ ସୃଷ୍ଟି ହେବାକୁ ଥିବା ଏହି ବଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।