ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ପୂର୍ବରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୩୫ ବର୍ଷୀୟ ବ୍ୟକ୍ତି । ରାଜ୍ୟରେ ୫୫ରେ ପହଞ୍ଚିଲା ପଜିଟିଭ ସଂଖ୍ୟା

2,520

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ବମିଖାଲ ଅଞ୍ଚଳର ୩୫ ବର୍ଷୀୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ବମିଖାଲ ଅଞ୍ଚଳର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୫୫ରେ ପହଞ୍ଚିଲା । ତେବେ ନୂଆ କରୋନା ଆକ୍ରାନ୍ତ ନେଇ ପ୍ରେସମିଟରେ ସୂଚନା ଦେଲେ ସୁବ୍ରତ ବାଗଚୀ ।

ସେପଟେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ବମିଖାଲର ଘୋଷଣା ହୋଇଥିବା ଅବରୋଧ ଅଞ୍ଚଳର ହୋଇଖିବା ବେଳେ ତାଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଉକ୍ତ ଆକ୍ରାନ୍ତ ଜଣଙ୍କ ୭, ୮, ୨୨ ଏବଂ ୩୯ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ । ଲକଡାଉନ ପରେ ଅର୍ଥାତ ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ ମଧ୍ୟରେ ସେ ତାଙ୍କ ଘରେ ଥିଲେ । ୧୩ ତାରିଖରେ ଅର୍ଥାତ ଆଜି ତାଙ୍କ ନମୂନା ପଜିଟିଭ ଆସିଛି ଆଉ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।