କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି । ଉତ୍ତର ପ୍ରଦେଶ କଂଗ୍ରେସର ମଙ୍ଗ ଧରିଥିବା ପ୍ରିୟଙ୍କା ଗାନ୍ଧୀଙ୍କ ‘ଲେଡକୀ ହୁଁ ଲଡଶକ୍ତି ହୁଁ’ ପୋଷ୍ଟରରେ ଚମକୁଥିବା ପୋଷ୍ଟର ଗାର୍ଲ ପଲ୍ଲବୀ ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପଲ୍ଲବୀ ସିଂ କଂଗ୍ରେସ ଛାଡିବା ପୂର୍ବରୁ କଂଗ୍ରେସ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।
କଂଗ୍ରେସର ପୋଷ୍ଟର ଗାର୍ଲ ହିସାବରେ ପଲ୍ଲବୀଙ୍କ ପୂର୍ବରୁ ବି ଅନ୍ୟ ଦୁଇଜଣ କଂଗ୍ରେସ ଛାଡି ସାରିଛନ୍ତି । ପ୍ରଥମେ ପ୍ରିୟଙ୍କା ମୌର୍ଯ୍ୟ ଓ ବନ୍ଦନା ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ ଏବେ ପଲ୍ଲବୀ ଦଳ ଛାଡିବାକୁ ନେଇ ବିରୋଧୀମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।
ପ୍ରଥମେ ଦଳ ଛାଡିଥିବା ପ୍ରିୟଙ୍କା ମୌର୍ଯ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଅଭିଯୋଗ କରି କହିଥିଲେ କି. ତାଙ୍କୁ ଟିକେଟ ଦେବାକୁ ଦଳର ନେତାମାନେ ଅର୍ଥ ମାଗିଥିଲେ । ଏହାସହ କଂଗ୍ରେସରେ ଟିକେଟ ବିକ୍ରି ହେଉଥିବା ନେଇ ସେ ସଂଗୀନ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି ମୁଁ ପଛୁଆବର୍ଗର ହୋଇଥିବାରୁ କଂଗ୍ରେସ ମୋତେ ଟିକେଟ ଦେଇନାହିଁ ।
କହିରଖୁ କି ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ୭ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଫେବୃଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ୧୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।
Follow Us