ଝରାଫୁଲ ନାଏକ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ଆଉ ଏକ ଭିଡିଓ; ଖାଇବା ବେଳେ ବାନ୍ତି କରି ପକାଇଥିଲେ ଝରା

ଅଧିକ ତଥ୍ୟ ପାଇଁ ଅଭିଯୁକ୍ତ ରାକେଶକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ପୋଲିସର ଆବେଦନ

1,235

କନକ ବ୍ୟୁରୋ: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ । ଗତ ୨୭ ତାରିଖରେ ଝରାଫୁଲଙ୍କର ମୃତଦେହ ଯାଜପୁର କୁଆଖିଆ ନିକଟରୁ ମିଳିଥିଲା । ସିସିଟିଭି ଫୁଟେଜକୁ ଖୋଳତାଡ କରି ଗତକାଲି ରାକେଶ ସ୍ୱାଇଁ ନାମକ ଜଣେ ଯୁବକକୁ ରାଜଧାନୀରୁ ଗିରଫ କରିଥିଲା ଏୟାରଫିଲଡ୍ ଥାନା ପୋଲିସ । ଏହା ପରେ କୁଆଖିଆ ପୋଲିସ ହାତକୁ ରାକେଶକୁ ହସ୍ତାନ୍ତର କରାଯାଇଥିଲା ।

ତେବେ ଗିରଫ ପରେ ରାକେଶକୁ କୋର୍ଟ ଚାଲାଣ କରି ଜେଲ ହାଜତକୁ ପଠାଇ ଦିଆଯାଇଛି । ରିମାଣ୍ଡରେ ଆଣି ରାକେଶ ସ୍ୱାଇଁଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା ରଖିଛି ଯାଜପୁର ପୋଲିସ । ଗୋଟିଏ ପରେ ଗୋଟିଏ ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସୁଥିବାରୁ ଏହି ଘଟଣାରେ ଆଗକୁ କଣ ସବୁ ତଥ୍ୟ ବାହାରୁଛି ତା ଉପରେ ରହିଛି ନଜର । ୨୬ ତାରିଖରେ ଝରାଫୁଲ ଆଉ ରାକେଶ ଫାଷ୍ଟଫୁଡ଼ ଖାଇବା ପାଇଁ ଆସିଥିଲେ । ଖାଇବା ବାଢିବା ମାତ୍ରେ ରାକେଶ ଝରାଫୁଲଙ୍କୁ ଖୁଆଇଦେଇଥିଲା । ଏହାପରେ ଝରାଫୁଲ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ କହି ପେଟ କାଟୁଛି କହି କାନ୍ଦି ପକାଇଥିଲେ । ତେବେ ଝରାଫୁଲ ଫାଷ୍ଟଫୁଡ଼ରେ ବସିବା ମାତ୍ରେ ବାନ୍ତି କରିବା ଆରମ୍ଭ କରିଦେଇଥିଲା । ରାକେଶ ଝରାକୁ ବୁଝାବୁଝି କରାଇ ଏକ ସ୍କୁଟିରେ ଦୁଇଜଣ ଯାକ ପଳାଇଥିଲେ ।