କନକ ବ୍ୟୁରୋ: ଅଡୁଆରେ ନିଲମ୍ବିତ ବଡଚଣା ଆଇଆଇସି । ଯାଜପୁର ପୁଲିସ ପକ୍ଷରୁ ନିଲମ୍ବିତ ଆଇଆଇସିଙ୍କ ବିରୁଦ୍ଧରେ ବିଧିବଦ୍ଧ ଭାବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଯାଜପୁର ଏସପି ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ରବିବାର ଦିନ କଟକଣା ସତ୍ୱେ ପରିବାର ସହ ଶ୍ରୀମନ୍ଦିରରେ ପ୍ରବେଶ କରି ନିଲମ୍ବିତ ହୋଇଥିଲେ । ଏକ ଗାଡିରେ ହଳଦିଆ ବତି ଲଗାଇ ପୁରୀ ଶ୍ରୀମନ୍ଦିର ଯାଇଥିଲେ ଯାଜପୁର ବଡଚଣା ଥାନା ଅଧିକାରୀ ।

Advertisment

publive-image

ସେପଟେ ଏହି ଘଟଣାରେ ଆଇଆଇସିଙ୍କୁ ସହଯୋଗ କରିଥିବା ପୂଜାପଣ୍ଡାଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୁଲିସ । ତାଲାବନ୍ଦ କଟକଣା ନିୟମ ଭାଙ୍ଗି ଶ୍ରୀମନ୍ଦିର ଯାଇଥିଲେ । ଏହି ପ୍ରସଙ୍ଗରେ ଥାନା ବାବୁଙ୍କୁ ନିଲମ୍ବିତ କରିଥିଲେ ପୋଲିସ୍ ଡିଜି ଅଭୟ । ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲଂଘନ କରି ବଡଚଣା ଥାନା ଅଧିକାରୀ ବଡଦେଉଳ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଥିଲା ।

publive-image

ଏପରିକି ସେ ଏକୁଟିଆ ନୁହନ୍ତି, ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ଜଣେ ହାବିଲଦାର ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ଏହାକୁ ଖାତିର ନକରି ସେ ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେଣୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ହାବିଲଦାର ଏତଲା ଦେଇଥିଲେ ।