କନକ ବ୍ୟୁରୋ : ଭାରତରେ କରୋନା ଭାରିଆଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ତୃତୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟ ଫେରିଥିଲେ । ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଦୁଇଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟର ଜାମନଗର ଅଞ୍ଚଳକୁ ଫେରିଥିଲେ । ବିମାନ ବନ୍ଦରରେ ଯାଂଚ ବେଳେ ସେ କରୋନା ପଜିଟିଭି ବୋଲି ଜଣାପଡିଥିଲା । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କର ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏବେ ତାଙ୍କର ରିପୋର୍ଟ ଆସିବା ପରେ ସେ କରୋନାର ଓମିକ୍ରନ ଭାରିଆଣ୍ଟ ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଛି ।
ଏହି ବ୍ୟକ୍ତିଙ୍କୁ ମିଶାଇ ଏବେ ଭାରତରେ ସମ୍ଭବତ କରୋନାର ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହାସହ ବିମାନ ବନ୍ଦରରେ ପଜିଟିଭ ଚିହ୍ନଟ ହୋଇଥିବା ଆହୁରି ଅନେକ ବ୍ୟକ୍ତିଙ୍କର ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ।