ପାକିସ୍ତାନରେ ଆଉ ଏକ ବର୍ବରତା । ଶୀଲଙ୍କା ମ୍ୟାନେଜରଙ୍କୁ ଜିଅନ୍ତା ଜାଳିଦେଲେ ଜନତା । ଇମ୍ରାନଙ୍କୁ କଡା ନିନ୍ଦା ।

371

କନକ ବ୍ୟୁରୋ: ପାକିସ୍ତାନରେ ଆଉ ଏକ ବର୍ବରକାଣ୍ଡକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ସିୟାଲକୋଟରେ ଥିବା ଏକ ଏକ୍ସପୋର୍ଟ କମ୍ପାନୀର ଶ୍ରମିକ ମାନେ କମ୍ପାନୀର ମ୍ୟାନେଜର ପ୍ରିୟାନ୍ତା କୁମାରାଙ୍କୁ ରାସ୍ତା ଉପରେ ଜିଅନ୍ତା ପୋଡି ଦେଇଛନ୍ତି । ପ୍ରିୟନ୍ତା ହେଉଛନ୍ତି ଜଣେ ଶ୍ରୀଲଙ୍କା ନାଗରିକ । ଏହାର ଭିଡିଓ ସୋସିଆଲ ମିଡିଆରେ ବିଜୁଳି ବେଗରେ ଖେଳିଯାଇଛି ।

ପ୍ରିୟାନ୍ତା ଜଣେ ଏକ୍ସପୋର୍ଟ ମ୍ୟାନେଜର ଭାବେ ପାକିସ୍ତାନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ତେବେ ସେ ମହାପୁରୁଷ ମହମ୍ମଦଙ୍କୁ ଅପମାନ କରିଥିବା ଅଭିଯୋଗ କରି ସେହି କମ୍ପାନୀର ଶ୍ରମିକମାନେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଶେଷରେ ତାଙ୍କୁ ରାସ୍ତା ଉପରକୁ ଘୋଷାଡି ଘୋଷାଡି ଆଣି ସେଠାରେ ଜିଅନ୍ତା ପୋଡି ଦେଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଜନତା ତାଙ୍କୁ ବଞ୍ଚାଇବା ବଦଳରେ ଭିଡିଓ ସୁଟିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ଇମ୍ରାନ ସରକାରଙ୍କୁ କଡା ନିନ୍ଦା କରିଛନ୍ତି ବୁଦ୍ଧିଜୀବି । ସିୟାଲକୋଟର ଏହି ଘଟଣାକୁ କଡା ନିନ୍ଦା କରିବାକୁ ଏହାର ଜବାବ ମାଗିଛନ୍ତି ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ମାହିରା ଖାନ୍ । ଏହି ଘଟଣାକୁ ଅତ୍ୟନ୍ତ ଘୃଣ୍ୟ ବୋଲି କହିଛନ୍ତି ମାହିରା ।