କନକ ବ୍ୟୁରୋ: କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏକ ବିସ୍ଫୋରଣ । ପ୍ରଥମ ବିସ୍ଫୋରଣର କିଛି ସମୟ ପରେ ହେଲା ଦ୍ୱିତୀୟ ବିସ୍ଫୋରଣ । ବିମାନବନ୍ଦର ନିକଟ ଏକ ହୋଟେଲରେ ବିସ୍ପୋରଣ ହୋଇଥିବା ସୂଚନା । ସେପଟେ ବିସ୍ଫୋରଣ ନେଇ ନିଜକୁ ଦାୟୀ କଲା ଆଇଏସଆଇଏସ ।
ଲଗାତାର ଦୁଇଥର ହୋଇଥିବା ବିସ୍ଫୋରଣରେ ୧୫ ଜଣ ଆହତ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସେହିପରି ୩ ଜଣ ଆମେରିକୀୟ ସେନା ବି ଆହତ ହୋଇଥିବା ଜଣାପଡିଛି । ବିସ୍ଫୋରଣ ବେଳେ କାବୁଲ ବିମାନ ବନ୍ଦରରେ ହଜାର ହଜାର ଲୋକ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/25-21.jpg)