ରାଉରକେଲାରେ ପୁଣି ବଡ ଜିଏସଟି ଠକେଇ : ଜାଲ କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ; ୮କୋଟିର ମିଳିଲା ହିସାବ

104

କନକ ବ୍ୟୁରୋ : ରାଉରକେଲାରେ ବଡ ଜିଏସଟି ଠକେଇ ସାମ୍ନାକୁ ଆସିଛି । ନକଲି ବ୍ୟବସ୍ଥାୟିକ ସଂସ୍ଥା, ଜାଲ ଇନଭଏସ ଓ ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦକୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏଥିମଧ୍ୟରୁ ୮ କୋଟିର ହିସାବ ମିଳିଛି । ଜିଏସଟି ଠକେଇ ଅଭିଯୋଗ ତାଲିକାରେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନଙ୍କ ଘର ଆଗରେ ଲଟକା ଲାଗିଛି । ତଦନ୍ତରେ ସହାୟତା ଲାଗି ୫ ଥର ସମନ ପଠାଇଥିଲା ଜିଏସଟି ଇନଫୋର୍ସମେଂଟ । ଚଳିତମାସ ୪ ତାରିଖରେ ଶେଷଥର ଲାଗି ପୁଣିଥରେ ସମନ ଜାରି ହୋଇଥିଲେ ହେଁ ଅଭିଯୁକ୍ତ ଅନୁପସ୍ଥିତ ରହିବାରୁ ଲଟକା ଜାରି ହୋଇଥିଲା ।