ପୁଣି ଆଇଏସଆଇଏସ ହମଲା ନେଇ ସତର୍କ କରାଇଲା ଆମେରିକା । ରକେଟ ଓ କାର ବୋମା ବିସ୍ଫୋରଣ ହେବା ନେଇ ସନ୍ଦେହ କରୁଛି ଆମେରିକା ।

175

କନକ ବ୍ୟରୋ: ପୁଣି ଆଇଏସଆଇଏସ ହମଲା ନେଇ ସତର୍କ କରାଇଲା ଆମେରିକା । କାବୁଲ ବିମାନବନ୍ଦରରେ ପୁଣି ବଡ ଧରଣର ବିସ୍ଫୋରଣ ନେଇ ସତର୍କ କରାଇଛି ଆମେରିକା । କାବୁଲ ବିମାନ ବନ୍ଦରକୁ ଟାର୍ଗେଟ କରି ରକେଟ ସାହାଯ୍ୟରେ କିମ୍ବା କାର ବୋମା ବିସ୍ଫୋରଣ କରାଯାଇ ପାରେ ବୋଲି ସନ୍ଦେହ କରୁଛି ଆମେରିକା । ଏନେଇ ସତର୍କ କରାଇ ଦେଇଛି ଆମେରିକା । ତେବେ ଗତକାଲି କାବୁଲ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଏଥିରେ ମୃତ୍ୟୁସଂଖ୍ୟା ୯୦କୁ ବୃଦ୍ଧି ପାଇଥିବାବେଳେ ଆହତଙ୍କ ସଂଖ୍ୟା ୧୫୦ ଟପିଛି । ହେଲେ ଆଜି କିନ୍ତୁ ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲୋକମାନେ ଆଫଗାନିସ୍ତାନ ଛାଡି ଚାଲିଯିବାକୁ ସତେ ଯେମିତି ମନସ୍ଥ କରିଛନ୍ତି ।