ଏକାମ୍ର କ୍ଷେତ୍ରରେ ମିଳିଲା ଆଉ ଏକ ପୁରାତନ ମନ୍ଦିରର ସନ୍ଧାନ : ଏଏସଆଇ ପକ୍ଷରୁ ଚାଲିଛି ଖନନ

ଶୁକଶାରୀ ମନ୍ଦିର ନିକଟରୁ ମିଳିଛି ଭଗ୍ନାବଶେଷ

148

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ମିଳିଛି ଆଉ ଏକ ମନ୍ଦିରର ସନ୍ଧାନ । ଶୁକଶାରୀ ମନ୍ଦିର ନିକଟରୁ ଏକ ମନ୍ଦିରର ଭଗ୍ନାବଶେଷ ମିଳିଛି । ଏଏସଆଇ ପକ୍ଷରୁ ଏହାର ଖନନ କାର୍ଯ୍ୟ ଚାଲିଛି । ପୂର୍ବରୁ ଜାନୁଆରୀରୁ ଏଠାରେ ଅନେକ ଐତିହାସିକ ଓ ପୁରାତନ ମନ୍ଦିର ଥିବାର ଅନୁମାନ କରାଯାଇ ଖନନ କାର୍ଯ୍ୟ ଚାଲିଥିଲା । ପୁଣିଥରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨ ଦିନରେ ଏକ ମନ୍ଦିର ମୁଳୁଦୁଆ ବା ବେସ ମିଳିଛି । ମାଟି ତଳେ ଅନେକ ମନ୍ଦିର ପୋତି ହୋଇ ରହିଥିବା ଆକଳନ କରିଛି ଏଏସଆଇ । ଲିଙ୍ଗରାଜ ମନ୍ଦିରରୁ ବିନ୍ଦୁସାଗରର ବିଭିନ୍ନ ପାର୍ଶ୍ୱରେ ଖନନ କରାଯିବ ବୋଲି ଏଏସଆଇ କର୍ତୃପକ୍ଷ କହିଛନ୍ତି ।