ଦେଶର ସବୁଠୁ ବଡ ଚାକିରି ଠକେଇର ଆଉ ଜଣେ ଅଭିଯୁକ୍ତ ଗିରଫ । ୧୭ଟି ରାଜ୍ୟରେ ନାମୀଦାମୀ ଖବର କାଗଜରେ ସରକାରୀ ଚାକିରିର ବିଜ୍ଞାପନ ଦେଇ କରୁଥିଲେ ଠକେଇ

7,551

କନକ ବ୍ୟୁରୋ: ଦେଶର ସବୁଠୁ ବଡ ଚାକିରି ଠକେଇର ଆଉ ଜଣେ ଅଭିଯୁକ୍ତ ଗିରଫ । ୧୭ଟି ରାଜ୍ୟରେ ନାମୀଦାମୀ ଖବର କାଗଜରେ ସରକାରୀ ଚାକିରିର ବିଜ୍ଞାପନ ଦେଇ କରୁଥିଲେ ଠକେଇ । ଅଭିଯୁକ୍ତକୁ ବିହାରରୁ ବାନ୍ଧିଛି ଇଓଡବ୍ଲ୍ୟୁ । ତେବେ ଏହି ଠକେଇରେ ପୂର୍ବରୁ ଗିରଫ ମାଷ୍ଟରମାଇଣ୍ଡ ଧରମପାଲର ଘନିଷ୍ଠ ସହଯୋଗୀ ଜୟରାମ ବୋଲି ଅର୍ଥନୈତିକ ଅପରାଧ ଶାଖା ସୂଚନା ଦେଇଛି ।

  • ଦେଶର ସବୁଠୁ ବଡ ଚାକିରି ଠକେଇ
  • ରାକେଟର ପର୍ଦ୍ଦାଫାସ କଲା ଇଓଡବ୍ଲ୍ୟୁ

ବେକାର ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଠକେଇ କରିଥିବା ଅଭିଯୁକ୍ତକୁ ବିହାରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ତେବେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ଖୋଲି ଠକେଇ କରୁଥିବା ରାକେଟର ଅନ୍ୟତମ ଅଭିଯୁକ୍ତ ହେଉଛି ଜୟରାମ ତିୱାରୀ । ଏହି ଠକେଇରେ ପୂର୍ବରୁ ଗିରଫ ମାଷ୍ଟରମାଇଣ୍ଡ ଧରମପାଲର ଘନିଷ୍ଠ ସହଯୋଗୀ ଜୟରାମ ବୋଲି ଅର୍ଥନୈତିକ ଅପରାଧ ଶାଖା ସୂଚନା ଦେଇଛି । ବିହାରରେ ଗିରଫ ପରେ ଜୟରାମକୁ ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର କୋର୍ଟରେ ହାଜର କରି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ତଦନ୍ତକାରୀ ଟିମ୍ ।

  • ଠକେଇ ଟଙ୍କାରେ ହେଉଥିଲା ଫିଲ୍ମ
  • କଳା ଟଙ୍କାକୁ ଧଳା କରିବାକୁ ଉଦ୍ୟମ

ଓଡିଶା ସମେତ ୧୭ ଟି ରାଜ୍ୟରେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁ ବିଜ୍ଞାପନ ଦେଇ ପିଲାଙ୍କୁ ଠକେଇ କରିଛନ୍ତି ଏହି ଗ୍ୟାଙ୍ଗ । ଗିରଫ ଜୟରାମ ସଂସ୍ଥାରୁ ୩୫ଲକ୍ଷ ୮୩ ହଜାର ଟଙ୍କା ଉଠାଇ ଚଳୁ କରିଦେଇଥିବା ଜଣାପଡିଛି । ଏହାଛଡା ଅସତ ଉପାୟରେ ଅର୍ଜିତ କଳା ଟଙ୍କାକୁ ଧଳା କରିବା ପାଇଁ ନିଆରା ଉପାୟ ବାହାର କରିଥିଲେ । ଫିଲ୍ମର ପ୍ରଯୋଜକ ସାଜି ସିନେମା ବ୍ୟବସାୟର ଠକେଇ ଟଙ୍କାକୁ ଖଟାଉଥିବା ଜଣାପଡିଛି ।

କେମିତି କରୁଥିଲେ ଠକେଇ?

  • ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁ ବିଜ୍ଞପ୍ତି ବାହାର କରୁଥିଲେ
  • ବହୁଳ ପ୍ରସାରିତ ସ୍ଥାନୀୟ ଖବରକାଗଜରେ ବିଜ୍ଞପ୍ତି ଦେଉଥିଲେ
  • ଜିଲ୍ଲା ଓ ବ୍ଲକ ସଂଯୋଜକ, କଂପ୍ୟୁଟର ଅପରେଟର ପାଇଁ ଆବେଦନ ଗ୍ରହଣ କରୁଥିଲେ
  • ଏଥିପାଇଁ www.grks.org ୱେବସାଇଟରେ ଆବେଦନ କରିବାକୁ କହୁଥିଲେ
  • ଆବେଦନ ପରେ କାହାରିକୁ ଚାକିରି ମିଳୁନଥିଲା
  • ପରୀକ୍ଷା ବାବଦ ଫି ନେଇ ଚୁପଚାପ ବସିଯାଉଥିଲେ ସାଇବର ଠକ