କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ ସମେତ ୪ଜଣକୁ ଗିରଫ କରିଥିଲା ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ କଟକ ଗ୍ରାମଂଚଳ ଏସପି ବି. ଯୁଗଳ କିଶୋର । ୪ ଅଭିଯୁକ୍ତ ହେଲେ ଅରବିନ୍ଦ ଖଟୁଆ, ପଂଚାନନ ସେଠୀ(ମୁଖ୍ୟ ଅଭିଯୁକ୍ତ), ଲଳିତମୋହନ ବରାଳ ଓ କ୍ଷୀତିଶ ଆଚାର୍ଯ୍ୟ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଖଣ୍ଡା, ଗାଡି, ମୋବାଇଲ୍ ଜବତ କରି ତଦନ୍ତ କରୁଛି ପୁଲିସ । ସେପଟେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଥିଲା ମୁଖ୍ୟ ଅଭିଯୁକ୍ତ । ଏବଂ ଅଭିଯୁକ୍ତ ଠାରୁ ଡେମୋ ଦେଖିବା ପରେ ସିନ୍ ରିକ୍ରିଏସନ୍ କରିଥିଲା ପୁଲିସ । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ଯଁକୋଟୀ ଗ୍ରାମରୁ କୁଳମଣି ଓ ଦିବ୍ୟସିଂହ ବାଇକରେ ସଂଧ୍ୟା ପ୍ରାୟ ୭ଟା ପାଖାପାଖି ସମୟରେ ନୁର୍ତ୍ତାଙ୍ଗସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ତାଙ୍କୁ ଅତର୍କିତ ଭାବରେ ଠେଙ୍ଗା, ପଥର ଓ ଖଣ୍ତାରେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ସେଠାରେ ଲହୁଲୁହାଣ ହୋଇ ପଡିଯିବା ପରେ ସେମାନେ ନଈ ବନ୍ଧ ଓ ଡଗରାସାହି ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ତାକୁ ଯଁକୋଟି ନୂଆ ପୋଲ ନିକଟସ୍ଥ ସୁକନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ଦେଇଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଖୁଣ୍ଟରୁ ଲାଇଟ୍ କାଟି ଦେବା ପାଇଁ ଏକ ପ୍ଲାସରେ ତାର କାଟି ଦେଇଥିଲେ।
ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ପୁଲିସ ସହିତ ଯାଇ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା। ତା’ କହିବା ଅନୁଯାୟୀ ପୁଲିସ ସୁକନଈ ବନ୍ଧ ବେଣା ମୂଳକୁ ଯାଇ ଖଣ୍ଡା ଜବତ କରିଥିଲା। ତାର କାଟିବା ପାଇଁ ବ୍ୟବହୃତ ପ୍ଲାସକୁ ସେ ଖୁଣ୍ଟ ମୂଳରେ ପକାଇଥିବା କହିଥିଲେ ବି ତାହା କିନ୍ତୁ ମିଳି ନଥିଲା। ଏହି ଘଟଣାରେ ପୂର୍ବରୁ ପୁଲିସ କୁଳମଣିଙ୍କ ବାଇକ, ଦୁଇ ହଳ ଚପଲ, ଚଷମା କାଚ, ରୁମାଲ, ତିନୋଟି ଗ୍ୟାସ ଗ୍ରାହକ କାର୍ଡ, ଧଳା ରଙ୍ଗର କପଡା ବ୍ୟାଗ୍, ଗୋଟିଏ ଟର୍ଚ୍ଚ ଲାଇଟ୍, ଗୋଟିଏ ରକ୍ତ ଭିଜା ଲୁଗା ଜବତ କରିଥିବା ବେଳେ ଏବେ ଅଭିଯୁକ୍ତ ସେତେବେଳେ ପିନ୍ଧିଥିବା ପୋଷାାକ, ହତ୍ୟାକାଣ୍ତ ସମୟରେ ବ୍ୟବହାର କରିଥିବା ୪ଟି ମୋବାଇଲ ଫୋନ, ଅଭିଯୁକ୍ତ ପଂଚାନନର ବାଇକକୁ ଜବତ କରିଛି। ଅଭିଯୁକ୍ତ ମାନଙ୍କ ବିରୋଧରେ ମାହାଙ୍ଗା ଥାନାରେ ଏକ ମାମଲା (କେସ୍ ନଂ ୫/୨୧) ଦଫା ୧୪୭, ୧୪୮, ୧୨୦(ବି) ୩୦୨, ୧୪୯ (ଆଇପିସି), ୨୫/୨୭(ଆର୍ମସ ଆକ୍ଟ)ରେ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି। ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍.ପି. ପ୍ରକାଶ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/4-6.jpg)