ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୯୭ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୧୪୪କୁ ବୃଦ୍ଧି ।

1,323

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; କଟକରୁ ୧୭, ଖୋର୍ଦ୍ଧାରୁ ୧୬, ଗଞ୍ଜାମରୁ ୧୬, କନ୍ଧମାଳରୁ ୧୪, ମୟୂରଭଞ୍ଜରୁ ୯, ଯାଜପୁରରୁ ୭, ପୁରୀରୁ ୫, ନୟାଗଡ଼ରୁ ୪, କେନ୍ଦ୍ର୍ରାପଡ଼ାରୁ ୩ ଏବଂ ବରଗଡ଼ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଢ଼େଙ୍କାନାଳ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୩ ହଜାର ୧୪୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।