ଓଡ଼ିଶା ପାଇଁ ଖୁସି ଖବର: ପୁଣି କରୋନାରୁ ୮୦ ସୁସ୍ଥ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୩୨୫କୁ ବୃଦ୍ଧି ।

7,655

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର  । ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ଏକାଥରେ ୮୦ ଆକ୍ରାନ୍ତ । ଏକାଥରେ ୧୪ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୮୦ କରୋନା ଆକ୍ରାନ୍ତ । ତେବେ ଏହି ୮୦ ସୁସ୍ଥଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼ରୁ ୩, ସୋନପୁରରୁ ୩ ସୁନ୍ଦରଗଡ଼ରୁ ୩, ଝାରସୁଗୁଡ଼ାରୁ ୩ ଏବଂ କେନ୍ଦୁଝରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।

ସେହପରି ଗଞ୍ଜାମ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ତେବେ ରାଜ୍ୟରେ ଏହି ନୂଆ ୮୦ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି ।