ଦିନକରେ ପୁଣି ୬୨,୨୧୨ କରୋନା ଆକ୍ରାନ୍ତ ଚିହ୍ନଟ : ୭୪ ଲକ୍ଷ ପାର‌ ହେଲା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

78

କନକ ବ୍ୟୁରୋ : ଦେଶରେ ୭୪ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୬୨ ହଜାର ୨୧୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ୬୮୧ କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ୮୩୭ ଜଣଙ୍କ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା ୭ ଲକ୍ଷ ୯୫ ହଜାର ୮୭ ରହିଛି । ଚିକିତ୍ସା ପରେ ସୁସ୍ଥ ହେଲେଣି ୬୫ ଲକ୍ଷ ୨୪ ହଜାର ୫୯୬ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।