ଓଡ଼ିଶା ପାଇଁ ଭଲ ଖବର: ରାଜ୍ୟରୁ ଏକାଥରେ ୬୬୯ ଆକ୍ରାନ୍ତ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୭୩୪କୁ ବୃଦ୍ଧି ।

83

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନାର କୋପ । ଆଜି ରାଜ୍ୟରୁ ୬୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଆଜି ମୟୁରଭଞ୍ଜରୁ ୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୫୮ଜଣ, ସୁନ୍ଦରଗଡ଼ରୁ ୫୭ଜଣ, କେନ୍ଦୁଝରରୁ ୪୮ଜଣ, ଝାରସୁଗୁଡ଼ାରୁ ୪୭ଜଣ, ଅନୁଗୁଳରୁ ୪୪ଜଣ, କଟକରୁ ୪୦ଜଣ, ଜଗତସିଂହପୁରରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୩୧ଜଣ, ଯାଜପୁରରୁ ୨୮ଜଣ, ବରଗଡ଼ରୁ ୨୭ଜଣ, ନୂଆପଡ଼ାରୁ ୨୪ଜଣ, ସମ୍ବଲପୁରରୁ ୨୩ଜଣ, କଳାହାଣ୍ଡି ୨୦ଜଣ, ବାଲେଶ୍ୱରରୁ ୧୮ଜଣ, ବଲାଙ୍ଗୀର ୧୬ଜଣ,ଗଞ୍ଜାମରୁ ୧୩ଜଣ, ନବରଙ୍ଗପୁରରୁ ୧୨ଜଣ, ଭଦ୍ରକରୁ ୭ଜଣ, ପୁରୀରୁ ୭ଜଣ, ବୌଦ୍ଧରୁ ୬ଜଣ, ନୟାଗଡ଼ରୁ ୫ଜଣ, ସୁବର୍ଣ୍ଣପୁରରୁ ୫ଜଣ, ଢ଼େଙ୍କାନାଳରୁ ୪ଜଣ, ମାଲକାନଗିରିରୁ ୪ଜଣ, କନ୍ଧମାଳରୁ ୩ଜଣ, କୋରାପୁଟରୁ ୩ଜଣ, ଦେବଗଡ଼ରୁ ୨ଜଣ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ ଆଜି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ ୩୧୨୭୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।