ଭୁବନେଶ୍ୱରରେ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ । ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ପଜିଟିଭ ଚିହ୍ନଟ

546

କନକ ବ୍ୟୁରୋ : ରାଜଧାନୀର ସୁପର ସ୍ପ୍ରେଡର । ଆଜି ଖୋର୍ଦ୍ଧର୍ରୁ ଚିହ୍ନଟ ହୋଇଥିବା ୧୨୧ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୯୧ଜଣ ଚିହ୍ନଟ ହୋଇଛନ୍ତି । ତେବେ ବଡ କଥା ହେଉଛି ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମଂଚେଶ୍ୱର ଅଂଚଳରେ ଥିବା ଏକ ଅଟାକଳର ୨୬ ଜଣ କର୍ମଚାରୀ ଜଣେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତେବେ ସମସ୍ତ ୨୬ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଆଜି ଭୁବନେଶ୍ୱରରୁ ଚିହ୍ନଟ ୯୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଏବଂ ୧୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ରାଜ୍ୟରେ ହଜାରେ ଟପିଛି ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଧା ଜିଲ୍ଲାରୁ ୧୨୧ , ରାୟଗଡାରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୭, ମାଲକାନଗିରିରୁ ୬୬, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୪, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୨୯ ଆକ୍ରାନ୍ତ ଅଛନ୍ତି । ଯାଜପୁରରୁ ୨୦, ଗଜପତିରୁ ୨୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, ମୟୂରଭଂଜରୁ ୧୩, କେନ୍ଦୁଝର ୧୬, କୋରାପୁଟରୁ ୧୫, ସଂବଲପୁରରୁ ୨୦, ପୁରୀରୁ ୨୮, ସୋନପୁରରୁ ୧୦, ନବରଙ୍ଗପୁରରୁ ୧୭, ବାଲେଶ୍ୱରରୁ ୧୦, ବରଗଡରୁ ୨୬ , ବଲାଙ୍ଗିରରୁ ୬, ବୌଦ୍ଧରୁ ୩, ଢେଙ୍କାନାଳରୁ ୨, ନୟାଗଡରୁ ୫, ଭଦ୍ରକ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।