କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନାର କୋପ । ଆଜି ରାଜ୍ୟରୁ ୬୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
Another 605 Covid patients have recovered and are being discharged on 05.12.2020
67 from Cuttack
67 from Khordha
67 from Sundargarh
63 from Anugul
37 from Mayurbhanj
35 from Kalahandi
26 from Kendrapara
24 from Keonjhar
20 from Bargarh
20 from Bolangir
20 from Nuapada— H & FW Dept Odisha (@HFWOdisha) December 5, 2020
ଆଜି ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୬୩ ଜଣ, ମୟୂରଭଂଜ ଜିଲ୍ଲାରୁ ୩୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଳାରୁ ୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ ଜଣ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରୁ ୨୦ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୭ ଜଣ, ପୁରୀ ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ ଲେଖାଏଁ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ୧୨-୧୨ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସେହିଭଳି କନ୍ଧମାଳ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଗଂଜାମ ଜିଲ୍ଲାରୁ ୫ ଜଣ, ନୟାଗଡ଼, ରାୟଗଡ଼ା ଜିଲ୍ଲାରୁ ୪-୪ ଜଣ, ବୌଦ୍ଧ, ଗଜପତି, କୋରାପୁଟ, ମାଲକାନଗିରି, ନବରଂଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼, ସୁବର୍ଣ୍ଣପୁର ଜିଲ୍ଲାରୁ ୨-୨ ଜଣ ଓ ରାଜ୍ୟପୁଲରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୩ ଲକ୍ଷ ୧୫ ହଜାର ୨୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।