କମୁଛି କରୋନା, ବଢୁଛି ଆଶ୍ୱସ୍ତି । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୭୯ ଆକ୍ରାନ୍ତ ।

58

କନକ ବ୍ୟୁରୋ : ରାଜ୍ୟରେ ଆଜି ମହାମାରୀ କରୋନା ଭାଇରସରୁ ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୪୧୨ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୨୯, ଜଗତସିଂହପୁରରୁ ୨୮, ସମ୍ବଲପୁରରୁ ୨୩, ଯାଜପୁରରୁ ୧୯, ଅନୁଗୁଳ, ମୟୂରଭଂଜରୁ ୧୩, ପୁରୀରୁ ୧୨, ଭଦ୍ରକ ଓ ସୁନ୍ଦରଗଡ଼ରୁ ୧୦-୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳ, ସୁବର୍ଣ୍ଣପୁରରୁ ୫-୫ ଜଣ, ଗଂଜାମ, ନୟାଗଡ଼, ରାୟଗଡ଼ାରୁ ୩ ଜଣ ଲେଖାଏଁ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କୋରାପୁଟରୁ ୨-୨ ଜଣ କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।