ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଆସିଲା ଭଲ ଖବର । ରାଜ୍ୟରେ କରୋନାରୁ ଏକାଥରେ ୫୩ ସୁସ୍ଥ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି ।

2,310

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ବଡ ଖବର | ଆଜି ସୁସ୍ଥ ହୋଇଛନ୍ତି ୫୩ଜଣ କରୋନା ଆକ୍ରାନ୍ତ | ୫୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩୦ଜଣ, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ଜଣ ଏବଂ କେନ୍ଦୁଝରରୁ ୨ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ | ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି | ସେହିଭଳି ଭାବରେ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫ ଥିବା ବେଳେ ୭୭୮ଟି ସକ୍ରିୟ ମାମଲା ରହିଛି | ଏହା ସହ ୭ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି |

ତେବେ ଆଜି ସକାଳେ ଆଉ ୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଶହ ଅତିକ୍ରମ କରିଛି । ୬୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୩ ଶହ ୩୬ ଛୁଇଁଛି । ସେପଟେ ରାଜ୍ୟରେ ନୂଆ ଜିଲ୍ଲା ଭାବେ ନୂଆପଡାରେ ପଶିଛି କରୋନା । ନୂଆପଡାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୧୬, ନୟାଗଡରୁ ୧୩, ଗଂଜାମରୁ ୭, ଖୋର୍ଧାରୁ ୩, କଟକରୁ ୨, ସୁନ୍ଦରଗଡରୁ ୪, କଳାହାଣ୍ଡିରୁ୪ , ବଲାଙ୍ଗିରରୁ ୭, ମାଲକାନଗିରିରୁ ୨, ଢେଙ୍କାନାଳ, ନୂଆପଡା ଏବଂ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ୬୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟିନ ସେଂଟରରୁ ୬୦ ଜଣ, ହୋମ୍ କ୍ୱାରେଂଟିନରୁ ୪ ଜଣ ଏବଂ ୩ ଜଣ ସାଧାରଣ ଲୋକଙ୍କ ନିକଟରେ ଠାବ ହୋଇଛି କୋଭିଡ୍ ୧୯ ଭୂତାଣୁ । ଏବେ ଏହି ନୂଆ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଂଟାକ୍ଟ ଟ୍ରେସିଂ କରାଯିବ । ରାଜ୍ୟରେ ଏବେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଶହ ୩୬ ରହିଛି ।