ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୫୧୫ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୨,୪୫୨କୁ ବୃଦ୍ଧି ।

1,693

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଆଜି ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୧୯୯, ରାୟଗଡ଼ାରୁ ୯, ବଲାଙ୍ଗୀରୁ ୮, କଟକରୁ ୨୮, ବରଗଡ଼ରୁ ୧୩, ସୁନ୍ଦରଗଡ଼ରୁ ୩୭, ଅନୁଗୁଳରୁ ୧, ବାଲେଶ୍ୱରରୁ ୧୫, ଜଗତସିଂହପୁରରୁ ୧୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୨୦, ଝାରସୁଗୁଡାରୁ ୧୩, ମୟୂରଭଞ୍ଜରୁ ୯, ଭଦ୍ରକରୁ ୭, ଗଜପତିରୁ ୬, ପୁରୀରୁ ୬ ଏବଂ କୋରାପୁଟରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧୨,୪୫୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।