ଓଡ଼ିଶା ପାଇଁ ଖୁସିର ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୦ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩୯୩କୁ ବୃଦ୍ଧି ।

3,165

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୫୦ଜଣ କରୋନା ଆକ୍ରାନ୍ତ । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ, ଯାଜପୁର-ବୌଦ୍ଧରୁ ୩ ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୩୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭୦୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । କରୋନା ନେଇ ରାଜ୍ୟରେ ୭ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ରାଜ୍ୟରେ ସକାଳେ ଆଉ ୫୧ ପଜିଟିଭ ଚିହ୍ନଟ ହୋଇଥିଲେ । ଗଞ୍ଜାମରେ ଆଉ ଜଣକର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ୦୩ରେ ପହଂଚିଛି । ସେପଟେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାର ୮୫ ବର୍ଷୀୟ ବୃଦ୍ଧ । ନୟାଗଡରୁ ୧୧, କଳାହାଣ୍ଡିରୁ ୧୧, କଟକରୁ ୯, ଯାଜପୁରରୁ ୫, ଗଞ୍ଜାମରୁ ୪, ମୟୁରଭଞ୍ଜରୁ ୩, ଜଗତସିଂହପୁର, ଅନୁଗୁଳ ଓ ସମ୍ବଲପୁରରୁ ୨ ଜଣ ଲେଖାଁଏ ଏବଂ ପୁରୀ ଓ ମାଲକାନଗିରିରୁ ଜଣେ ଲେଖାଁଏ ପଜିଟିଭ ଅଛନ୍ତି ।

ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ୩ ଥିବାବେଳେ ୩୪୩ ଜଣ ସୁସ୍ଥ ହୋଇସାରିଲେଣି । ଆଉ ଆକ୍ଟିଭ କେଶ ୭୫୩ ରହିଛି । ଗଞ୍ଜାମରେ ୩, କଟକରେ ଜଣେ ଓ ଖୋର୍ଧାରେ ୩ ଜଣ ପ୍ରାଣ ହରାଇଛନ୍ତି । ଗତକାଲି ରେକର୍ଡ ୨ ହଜାର ୫୧୮ ସ୍ୱାବ ଟେଷ୍ଟ କରାଯାଇଛି ।