ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪,୩୮୦ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୮୦କୁ ବୃଦ୍ଧି । 

171

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୪,୩୮୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୭୭୦ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୫୫୮, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡ଼ରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡ଼ାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡ଼ରୁ ୧୩୫ ଏବଂ କେନ୍ଦ୍ରାପଡ଼ାରୁ ୧୨୪ ଜଣ ସୁସ୍ଥ ହୋଇଛନ୍ତି । 

ସେହିପରି ବାଲେଶ୍ୱରରୁ ୧୨୨, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡ଼ରୁ ୧୦୩, କଳାହାଣ୍ଡିରୁ ୧୦୨, ଢ଼େଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗୀରରୁ ୪୯, ମାଲକାନିଗିରିରୁ ୪୬ ଏବଂ ଗଞ୍ଜାମରୁ ୪୨ ସୁସ୍ଥ ହୋଇଥିବାବେଳେ ରାୟଗଡ଼ାରୁ ୪୨, ବୌଦ୍ଧରୁ ୩୮, ଦେବଗଡ଼ରୁ ୨୦, ଗଜପତିରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧ ଲକ୍ଷ ୯୦ ହଜାର ୮୦ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।