ଆକ୍ରାନ୍ତଙ୍କୁ ଟପିଲା ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୦୯୮ ଆକ୍ରାନ୍ତ ।

781

କନକ ବ୍ୟୁରୋ : ରାଜ୍ୟରେ ଆଜି ଆଉ ୪୦୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୬ ହଜାର ୪୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୪୦୯୮ଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୩୮୬ ଜଣ, ବାଲେଶ୍ୱରରୁ ୩୩୬ ଜଣ, ନୂଆପଡ଼ାରୁ ୨୦୯ ଜଣ ଓ ଅନୁଗୁଳରୁ ୧୬୫ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ମୟୁରଭଞ୍ଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୩, ଯାଜପୁରରୁ ୧୧୬, ବରଗଡ଼ରୁ ୧୧୦, ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୮୨, ଝାରସୁଗୁଡ଼ାରୁ ୮୧, ନୟାଗଡ଼ରୁ ୭୯, ସମ୍ବଲପୁରରୁ ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗୀରରୁ ୭୦, କୋରାପୁଟରୁ ୬୭, କନ୍ଧମାଳରୁ ୬୫, ବୌଦ୍ଧରୁ ୬୧, ସୋନପୁରରୁ ୪୬, ଗଞ୍ଜାମରୁ ୪୨, ରାୟଗଡ଼ାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୨୩, ଦେବଗଡ଼ରୁ ୧୫ ଓ ରାଜ୍ୟ ପୁଲରୁ ୨୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।