ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪ ହଜାର ୪୮ ଜଣ ସୁସ୍ଥ । 

232

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୪୮ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ସର୍ବାଧିକ ୬୮୩ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୬୬, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୁଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡ଼ାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୧୩୦ ଏବଂ ଭଦ୍ରରକରୁ ୧୧୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । 

ସେହିପରି ବାଲେଶ୍ବରରୁ ୧୧୫ଜଣ, ସମ୍ବଲପୁରରୁ ୧୧୧ଜଣ, ମୟୂରଭଞ୍ଜରୁ ୧୦୮ଜଣ, କେନ୍ଦୁଝରରୁ ୧୦୭ଜଣ, ବରଗଡ଼ରୁ ୧୦୬ଜଣ , ନୂଆପଡ଼ାରୁ ୧୦୧ଜଣ, ରାୟଗଡ଼ାରୁ ୯୯ଜଣ, ସୁନ୍ଦରଗଡ଼ରୁ ୯୮ଜଣ, ଝାରସୁଗୁଡ଼ାରୁ ୮୧ଜଣ, କୋରାପୁଟରୁ ୬୪ଜଣ, ସୁବର୍ଣ୍ଣପୁରରୁ ୬୧ଜଣ, କଳାହାଣ୍ଡିରୁ ୫୩ଜଣ, ମାଲକାନଗିରିରୁ ୪୮ଜଣ, ନୟାଗଡ଼ରୁ ୪୬ଜଣ ଓ ବଲାଙ୍ଗୀରରୁ ୪୫ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗଞ୍ଜାମରୁ ୩୯ଜଣ, ବୌଦ୍ଧରୁ ୩୫ଜଣ ଓ ଢ଼େଙ୍କାନାଳରୁ ୩୩ଜଣ, ଦେବଗଡ଼ରୁ ୧୬ଜଣ ଏବଂ ଗଜପତିରୁ ୧୩ଜଣ କରୋନା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧ ଲକ୍ଷ ୯୪ ହଜାର ୧୨୮ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।