ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୩୯୦ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

1,471

କନକ ବ୍ୟୁରୋ: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୦୬ ଜଣ ଥିବାବେଳେ କଟକର ୭୧ ଜଣ, ମୟୁରଭଞ୍ଜର ୩୮ ଜଣ, ସୁନ୍ଦରଗଡ଼ର ୩୮ ଜଣ, ଯାଜପୁରର ୨୫ ଜଣ, ନବରଙ୍ଗପୁରର ୨୪ ଜଣ, ସମ୍ବଲପୁରର ୨୨ ଜଣ, ଖୋର୍ଦ୍ଧାର ୧୫ ଜଣ, ବାଲେଶ୍ୱରର ୯ ଜଣ, ବରଗଡ଼ର ୬ ଜଣ, ଅନୁଗୁଳ-କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ୫ ଜଣ, ଜଗତସିଂହପୁର-କୋରାପୁଟର ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ, ବୌଦ୍ଧ ଓ କେଉଁଝରର ୩ ଜଣ, ନୟାଗଡ ଓ ପୁରୀରୁ ୨ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୱେବସାଇଟ ସୂଚନା ମୁତାବକ ରାଜ୍ୟରେ ବର୍ତ୍ତମାନ ୬୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୭୫୦ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.