ପୁଣି ଭଲ ଖବର । ରାଜ୍ୟରେ ଆଉ ୩ ହଜାର ୮୯୬ ଆକ୍ରାନ୍ତ ସୁସ୍ଥ । ଏହାସହ ୧ ଲକ୍ଷ ୮୧ ହଜାର ୪୮୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

119

କନକ ବ୍ୟୁରୋ : ରାଜ୍ୟ ପାଇଁ ପୁଣି ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୯୬ ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧ ଲକ୍ଷ ୮୧ ହଜାର ୪୮୧ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧାରେ ଆଜି ସର୍ବାଧିକ ୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କଟକରେ ୪୪୨, ବାଲେଶ୍ୱରରେ ୨୨୬, ଅନୁଗୁଳରେ ୨୧୭, ପୁରୀରେ ୧୮୨, ଜଗତସିଂହପୁରରେ ୧୭୧, ମୟୂରଭଞ୍ଜରେ ୧୬୨, ଯାଜପୁରରେ ୧୫୩, ଝାରସୁଗୁଡାରେ ୧୫୧, କୋରାପୁଟରେ ୧୨୬, କୋରାପୁଟରେ ୧୨୬, ସୁନ୍ଦରଗଡରେ ୧୧୯, ନୟାଗଡରେ ୧୧୫, କେନ୍ଦ୍ରାପଡାରେ ୧୧୨, ସମ୍ବଲପୁରରେ ୧୧୦, କଳାହାଣ୍ଡିରେ ୧୦୪, ବରଗଡରେ ୯୭, ନବରଙ୍ଗପୁରରେ ୭୬, ଭଦ୍ରକରେ ୭୪, ମାଲକାନଗିରିରରେ ୭୨, ସୋନପୁରରେ ୭୦, ବଲାଙ୍ଗିରରେ ୬୮, କେନ୍ଦୁଝରରେ ୫୫, ନୂଆପଡାରେ ୪୯, ଢେଙ୍କାନାଳରେ ୪୫, ଗଞାମରେ ୪୦, କନ୍ଧମାଳରେ ୪୦, ରାୟଗଡାରେ ୨୫, ବୌଦ୍ଧରେ ୨୦, ଗଜପତିରେ ୧୫, ଦେବଗଡରେ ୧୨ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ ଆଜି ରାଜ୍ୟରୁ ୩ ହଜାର ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଆଜି ରାଜ୍ୟରେ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତକିଛି ଦିନ ହେବ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗିଛି ।