ଓଡ଼ିଶା ପାଇଁ ଭଲ ଖବର: ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୩୬ ଜଣ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩୪୩କୁ ବୃଦ୍ଧି ।

1,407

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର, ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୩୬ ଆକ୍ରାନ୍ତ । ତେବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ -୨୩, ଯାଜପୁର -୫,ମୟୂରଭଞ୍ଜ -୩, ପୁରୀ -୨, ଭଦ୍ରକ-୨ ଓ ରାଉରକେଲାରେ ଜଣେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ଆଜିର ସୁସ୍ଥ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ବର୍ତ୍ତମାନ ସୁସ୍ଥଙ୍କ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଏବଂ ମୋଟ୍ ୧ ହଜାର ୫୨ ପଜିଟିଭଙ୍କ ମଧ୍ୟରୁ ୭୦୩ ସକ୍ରିୟ ରହିଥିବାବେବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି ।