ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୩,୩୭୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧କୁ ବୃଦ୍ଧି ।

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୩,୩୭୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୩୭୮ କରୋନା ଆକ୍ରାନ୍ତ ।ତେବେ କଟକରୁ ୫୪୦ ସର୍ବାଧିକ ସୁସ୍ଥ ହୋଇଥିବାବେଳେ, ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭ ଏବଂ କେନ୍ଦ୍ରାପଡ଼ାରୁ ୧୨୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତ୍‌ସିଂହପୁର ଜିଲ୍ଲାରୁ ୧୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୨ ଜଣ ଓ ବରଗଡ଼ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୯୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୮୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ ଜଣ, ମାଲକାନଗିରି ଜିଲ୍ଲାରୁ ୬୩ ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ ଜଣ, ଭଦ୍ରକ ଜିଲ୍ଲାରୁ ୪୭ ଜଣ, ଅନୁଗୁଳ ଜିଲ୍ଲାରୁ ୪୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୪ ଜଣ, ଗଂଜାମ ଜିଲ୍ଲାରୁ ୪୨ ଜଣ, ନୟାଗଡ଼ରୁ ୩୬ ଜଣ, ଗଜପତି ଜିଲ୍ଲାରୁ ୩୧ ଜଣ, ବୌଦ୍ଧ ଜିଲ୍ଲାରୁ ୧୪ ଜଣ, ଦେବଗଡ଼ ଜିଲ୍ଲାରୁ ୭ ଜଣ ଓ ଷ୍ଟେଟପୁଲରୁ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧ ଲକ୍ଷ ୭୩ ହଜାର ୫୭୧ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe