ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୩ ହଜାର ୩୧୨ ଜଣ ସୁସ୍ଥ । ଏଯାଏଁ ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ସାରିଲେଣି

794

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୩୧୨ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧାରୁ ୬୫୮, କଟକରୁ ୨୬୨, ବାଲେଶ୍ୱରରୁ ୧୫୩ ଏମିତି ବିଭିନ୍ନ ଜିଲ୍ଲାର ସୁସ୍ଥଙ୍କ ସଂଖ୍ୟା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।