ଓଡିଶାବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ସଂକ୍ରମିତ; ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୩୦୭ ଜଣ ଆକ୍ରାନ୍ତ

1,429

କନକ ବ୍ୟୁରୋ: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମରୁ ୨୦ଜଣ, କେନ୍ଦ୍ରାପଡାରୁ ୫ ଜଣ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ୍ୟ ହୋଇଥିବା ବେଳେ ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ୍ୟ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏବେ ରାଜ୍ୟରେ ୩୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ, ଆଜି ରାଜ୍ୟରେ ପୁଣି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରୁ ୩୧ ଜଣ, ଜଗତସିଂହପୁରରୁ ୨୩ ଜଣ, ଭଦ୍ରକରୁ ୨୧ ଜଣ , କେନ୍ଦ୍ରାପଡାରୁ ୮ ଜଣ, କଟକରୁ ୪ ଜଣ, ଖୋର୍ଦ୍ଧରୁ ୪ ଜଣ, ପୁରୀରୁ ୪ ଜଣ, ଅନୁଗୁଳରୁ ୨ ଜଣ, ବାଲେଶ୍ୱରରୁ ୨ ଜଣ, ସମ୍ବଲପରରୁ ୨ ଜଣ ଓ ନୟାଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ ସଂଗରୋଧ କେନ୍ଦ୍ରରେ ଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହିଚଂଛି । ସେପଟେ ରାଜ୍ୟରେ ଲକ୍ଷେ ଟପିଛି କରୋନା ନମୂନା ପରୀକ୍ଷା ।ସିଏମଓ କାର୍ଯ୍ୟାଳୟ ଆଜି ଟୁଇଟ କରି ଏନେଇ ସୂଚନା ଦିଆଯାଇଛି ।

ସେହିଭଳି ରାଜ୍ୟରେ ଆଉ ଜଣଙ୍କର କରୋନା ଜନିତ ମୃତୁୟ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୫ରେ ପହଚିଂଛି । କଟକରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି । ଏମ୍ସରେ ବୃଦ୍ଧ ଜଣଙ୍କ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।