ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨,୮୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୦ ହଜାର ୭୧୪କୁ ବୃଦ୍ଧି ।

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨,୮୮୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୦ ହଜାର ୭୧୪କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୮୮୮ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ରାୟଗଡ଼ା ଜିଲ୍ଲାରୁ ଆଜି ସର୍ବାଧିକ ୪୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୪୧୦, ଗଂଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଂଜରୁ ୧୪୪, ନୟାଗଡ଼ରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩ ଓ ସମ୍ବଲପୁରରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ମୟୂରଭଂଜ ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ, ନବରଂଗପୁରରୁ ୫୬ ଜଣ, ଝାରସୁଗୁଡ଼ାରୁ ୫୫ ଜଣ, ଭଦ୍ରକରୁ ୫୨ ଜଣ, ବରଗଡ଼ରୁ ୫୧ ଜଣ, ଜଗତସିଂହପୁରରୁ ୩୫ ଜଣ, ଢେଙ୍କାନାଳରୁ ୩୪ ଜଣ, କଳାହାଣ୍ଡିରୁ ୩୩ ଜଣ, ଗଜପତିରୁ ୩୦ ଜଣ, କେନ୍ଦୁଝରରୁ ୨୯ ଜଣ, କନ୍ଧମାଳରୁ ୨୧ ଜଣ, ସୁବର୍ଣ୍ଣପୁରରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ବୌଦ୍ଧରୁ ୧୦ ଜଣ, ଅନୁଗୁଳ, ଯାଜପୁରରୁ ୫-୫ ଜଣ ଓ ଦେବଗଣରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe