ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨ ହଜାର ୬୧୩ ଜଣ ସୁସ୍ଥ । 

228
କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୨ ହଜାର ୬୧୩ ଜଣ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; କଟକରୁ ୨୮୧ଜଣ, ସୁନ୍ଦରଗଡ଼ରୁ ୨୨୮ଜଣ, ମୟୁରଭଞ୍ଜରୁ ୧୯୯ଜଣ, ଅନୁଗୁଳରୁ ୧୪୫ଜଣ, ବାଲେଶ୍ୱର ୧୦୬ଜଣ, ପୁରୀରୁ ୮୬ଜଣ, ସୋନପୁରରୁ ୮୫ଜଣ, କେନ୍ଦ୍ରାପଡ଼ାରୁ ୮୪ଜଣ, ଯାଜପୁରରୁ ୭୫ଜଣ, ନୂଆପଡ଼ାରୁ ୭୦ଜଣ, ବରଗଡ଼ରୁ ୬୯ଜଣ, ବଲାଙ୍ଗୀରରୁ ୬୯ଜଣ, ଝାରସୁଗୁଡ଼ାରୁ ୬୭ଜଣ, କେନ୍ଦୁଝରରୁ ୬୬ଜଣ, ଭଦ୍ରକରୁ ୬୦ଜଣ, ଜଗତସିଂହପୁରରୁ ୫୫ଜଣ, ସମ୍ବଲପୁରରୁ ୫୪ଜଣ, ଢେଙ୍କାନାଳରୁ ୪୯ଜଣ, କଳାହାଣ୍ଡିରୁ ୪୯ଜଣ, ବୌଦ୍ଧରୁ ୪୬ଜଣ, ଗଞ୍ଜାମରୁ ୪୧ଜଣ, ମାଲକାନଗିରିରୁ ୩୮ଜଣ, କନ୍ଧମାଳ,କୋରାପୁଟ ଏବଂ ନବରଙ୍ଗପୁରରୁ ୩୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ୩୦ଜଣ ସୁସ୍ଥ ହୋଇଛନ୍ତି |

ସେହିପରି ରାୟଗଡ଼ାରୁ ୨୭ଜଣ, ଗଜପତିରୁ ୧୪ଜଣ, ଦେଓଗଡ଼ରୁ ୯ଜଣ ଏବଂ ଷ୍ଟେଟ ପୁଲରୁ ୬୯ଜଣ ସୁସ୍ଥ ହୋଇଛନ୍ତି |ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୨ ଲକ୍ଷ ୬୨ ହଜାର ୩୧ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।